ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିମାନେ ଅତିଷ୍ଠ ହୋଇପଡ଼ିଲେଣି । ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହା ଖାଉଟିଙ୍କ ପକେଟ ଉପରେ ମାଡ଼ ଦେଉଛି । ଏହି କ୍ରମରେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ହରଡ଼ ଡାଲି କେଜି ପିଛା ୨୦୦ଟଙ୍କା ଧରିଥିବାବେଳେ ଆଗକୁ ଏହା ଆହୁରି ବଢିବାର ଆଶଙ୍କା ରହିଛି ।ଡାଲି, ଖାଇବା ତେଲ, ଆଳୁ, ପିଆଜ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ । ଏହି ସାମଗ୍ରୀର ଉପଲବ୍ଧି ଓ ଏହାର ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ଦର କମିବା ପରିବର୍ତ୍ତେ ବଢି ବଢି ଚାଲିଥିବାରୁ ଖାଉଟିମାନେ ବଜାରକୁ ଯିବାକୁ ଭୟ କରୁଛନ୍ତି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ଓ ଖାଦ୍ୟ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଉଛି । ଏତେସବୁ ସତ୍ତେ୍ୱବି ଦରଦାମ ନିୟନ୍ତ୍ରଣ ଓ ଠକାମି ରୋକିବା ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ ଏତିକି ନୁହେଁ, କମ୍ପାନୀମାନେ ଖାଇବା ତେଲ ଓଜନରେ କାରସାଦି କରି ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ଲିଟର ତେଲର ଦର ନେଉଥିବାବେଳେ ଖାଉଟି କିନ୍ତୁ ୮୫୦ ଗ୍ରାମର ତେଲ ପାଉଛନ୍ତି । ଫଳରେ ବ୍ୟବସାୟୀମାନେ ଖାଉଟିଙ୍କ ରୋଷର ଶିକାର ହେଉଛନ୍ତି ।ତୁରନ୍ତ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଲେ ଆଗକୁ ବ୍ୟବସାୟୀମାନେ ମାଲ ଉଠାଇବେ ନାହିଁ କି ବିକ୍ରିବଟା କରିବେ ନାହିଁ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । କମ୍ ଓଜନର ତେଲ ପ୍ୟାକେଟ ଓଡ଼ିଶା ବଜାରରେ ବିକି କମ୍ପାନୀମାନେ ମାଲେମାଲ ହେଉଛନ୍ତି । ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ ବଦଳରେ ବଜାରକୁ ଆସୁଛି ୮୫୦ ଗ୍ରାମ ଓଜନର ପ୍ୟାକେଟ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post