ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିମାନେ ଅତିଷ୍ଠ ହୋଇପଡ଼ିଲେଣି । ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହା ଖାଉଟିଙ୍କ ପକେଟ ଉପରେ ମାଡ଼ ଦେଉଛି । ଏହି କ୍ରମରେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ହରଡ଼ ଡାଲି କେଜି ପିଛା ୨୦୦ଟଙ୍କା ଧରିଥିବାବେଳେ ଆଗକୁ ଏହା ଆହୁରି ବଢିବାର ଆଶଙ୍କା ରହିଛି ।ଡାଲି, ଖାଇବା ତେଲ, ଆଳୁ, ପିଆଜ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ । ଏହି ସାମଗ୍ରୀର ଉପଲବ୍ଧି ଓ ଏହାର ଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ଦର କମିବା ପରିବର୍ତ୍ତେ ବଢି ବଢି ଚାଲିଥିବାରୁ ଖାଉଟିମାନେ ବଜାରକୁ ଯିବାକୁ ଭୟ କରୁଛନ୍ତି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ଓ ଖାଦ୍ୟ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଉଛି । ଏତେସବୁ ସତ୍ତେ୍ୱବି ଦରଦାମ ନିୟନ୍ତ୍ରଣ ଓ ଠକାମି ରୋକିବା ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ ଏତିକି ନୁହେଁ, କମ୍ପାନୀମାନେ ଖାଇବା ତେଲ ଓଜନରେ କାରସାଦି କରି ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ଲିଟର ତେଲର ଦର ନେଉଥିବାବେଳେ ଖାଉଟି କିନ୍ତୁ ୮୫୦ ଗ୍ରାମର ତେଲ ପାଉଛନ୍ତି । ଫଳରେ ବ୍ୟବସାୟୀମାନେ ଖାଉଟିଙ୍କ ରୋଷର ଶିକାର ହେଉଛନ୍ତି ।ତୁରନ୍ତ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଲେ ଆଗକୁ ବ୍ୟବସାୟୀମାନେ ମାଲ ଉଠାଇବେ ନାହିଁ କି ବିକ୍ରିବଟା କରିବେ ନାହିଁ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । କମ୍ ଓଜନର ତେଲ ପ୍ୟାକେଟ ଓଡ଼ିଶା ବଜାରରେ ବିକି କମ୍ପାନୀମାନେ ମାଲେମାଲ ହେଉଛନ୍ତି । ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ ବଦଳରେ ବଜାରକୁ ଆସୁଛି ୮୫୦ ଗ୍ରାମ ଓଜନର ପ୍ୟାକେଟ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post