ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏଥିପାଇଁ ଏବେ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କର ମହାସ୍ନାନ ହେବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା ମିଳିଛି । ମହାପ୍ରଭୁ ଯାତ୍ରାରେ ବାହାରିଥିବାରୁ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ । ଏହି ମହାସ୍ନାନ ପରେ ସର୍ବାଙ୍ଗ ହେବ ଏବଂ ତା’ପରେ ହେବ ବେଶ ନୀତି । ଆଉ ତା’ପରେ ଛେରାପହଁରା ନୀତି କରାଯିବ । ଏଥିପାଇଁ ନୀତିରେ ପ୍ରାୟ ଏକଘଣ୍ଟା ବିଳମ୍ବ ଘଟିବ ।