ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଦଳକୁ ବିରୋଧ କରିବା ଠିକ୍ ନୁହେଁ । ଯଦି ଗଣମାଧ୍ୟମରେ ଦଳକୁ ବିରୋଧ କରିବାର ଅଛି ତେବେ ଦଳ ଛାଡିଦେବା ଉଚିତ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ ହୋଇ ମଧ୍ୟ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଯାହାକୁ ବ୍ଲାକମେଲ ବୋଲି କୁହାଯାଏ । ସେ ଉଦ୍ଦେଶ୍ୟମୂଳକଭାବେ ଦଳ ବିରୋଧରେ ଲେଖୁଛନ୍ତି । ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସେପଟେ ଖଣ୍ଡପଡ଼ା ବିଧାୟକ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି ସେ ଯାହା ଲେଖିଛନ୍ତି ଠିକ୍ ଲେଖିଛନ୍ତି । ସେ ଯାହା ପରାମର୍ଶ ଦେଇଛନ୍ତି ସେଥିରେ କିଛି ଭୁଲ ନାହିଁ । ନେତା ଥାଉ ଥାଉ ସଚିବ ସାରା ରାଜ୍ୟରେ ବୁଲୁଛନ୍ତି । ଏହା କଣ ଠିକ୍ କି? । ଏତେ ନେତା ଅଛନ୍ତି ମୁଖ୍ୟମନ୍ତ୍ରୀ ଅଛନ୍ତି ବିଜେଡି ଦଳକୁ ବହୁଲୋକ ସମର୍ଥନ କରୁଛନ୍ତି । ତେଣୁ ଯାହା ଚାଲିଛି ତାହା ଉପରେ ତର୍ଜମା ହେବା ଉଚିତ । ଦଳର କଲ୍ୟାଣ ପାଇଁ ମୁଁ ଯାହା ଲେଖୁଛି ତାହା ଭୁଲ ନୁହେଁ । ମୁଁ ଦଳ ବିରୋଧରେ ଯାଇନାହିଁ ବୋଲି କହିଛନ୍ତି ସୈାମ୍ୟରଂଜନ ପଟ୍ଟନାୟକ ।
Trending
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ