ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ 5T ସଚିବ: କାରକେଡକୁ ଅଣ୍ଡାମାଡ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ତେବେ ତାଙ୍କୁ କିଛି ଲୋକ ବାଟରେ କାରକେଡକୁ ଅଣ୍ଡା ମାଡ କରିଛନ୍ତି । ଉଲୁଣ୍ଡାଠାରେ 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଛନ୍ତି । ସେମାନେ ନିଜକୁ ଆପର କର୍ମକର୍ତ୍ତା ବୋଲି କହିଛନ୍ତି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି ।

ପ୍ରଥମେ ପାତାଳୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ସଚିବ ଭିକେ ପାଣ୍ଡିଆନ୍ । ଏହାସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି 5T ସଚିବ । ପରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ସ୍ଥାନକୁ ଯିବେ 5T ସଚିବ ଭିକେ ପାଣ୍ଡିଆନ । 5T ସଚିବ ଭିକେ ପାଣ୍ଡିଆନ୍ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଛଦ୍ମବେଶରେ କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଉଲୁଣ୍ଡାଠାରେ 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଛନ୍ତି । ତେବେ କେଉଁ ଦଳ ପକ୍ଷରୁ ଏପରି କରାଯାଇଛି ସେ ନେଇ କେହି ସ୍ପଷ୍ଟ କରିନାହାଁନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି କର୍ମୀ ଏହି କାଣ୍ଡ ଭିଆଇବାକୁ ଉଦ୍ୟମ କରିଥିବା ଚର୍ଚା ହେଉଛି ।