ଗଞ୍ଜାମ ସମରଝୋଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଏବଂ ଗୁରୁତର ଆହତଙ୍କୁ ୧ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ଆହତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଆଜି ସକାଳେ ବ୍ରହ୍ମପୁର ସମରଝୋଳ ଛକ ନିକଟରେ ଏକ ଯାତ୍ରୀବାହୀ ବସକୁ ଟ୍ୟାଙ୍କର ଧକ୍କା ଦେଇଥିଲା। କଣ୍ଟେନରଟି ଟ୍ରକ କୁ ଓଭରଟେକ କରୁଥିବା ବେଳେ ସାମନା ପଟୁ ଭବାନୀପାଟଣା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସଟି ରାସ୍ତାକଡ ଚା ଦୋକାନକୁ ମାଡିଯାଇଥିଲା। ଫଳରେ ଚା ପିଉଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇ ମୃତକ ବସ୍ର ଯାତ୍ରୀ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
Trending
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଲେ କାହିଁକି ?
- ବାଂଲାଦେଶର ଢାକାରେ ଜେଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
- ଭାରତୀୟ ସେନାର ଶକ୍ତି ଦେଖିଥିଲା ସାରା ବିଶ୍ୱ
Prev Post
Next Post