ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅକ୍ଟୋବରରେ ଶେଷ ହେବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅକ୍ଟୋବରରେ ଶେଷ ହେବ  । ଆସନ୍ତା ଅକ୍ଟୋବର ମାସରେ ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ଶେଷ ହେଲେ ଭକ୍ତଙ୍କୁ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଅତ୍ୟାଧୁନିକ ସୁବିଧା ମିଳିପାରିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମିତ ଶୌଚାଳୟକୁ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ସୂଚନା ଦେଇଛନ୍ତି ।