ଶରଧାବାଲିରେ ପହଂଚିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ
ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ରଥ ଲାଗିଥିବାବେଳେ ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ | ବଡ଼କଥା ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା।
ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ତେବେ ଆଜି ସେଭଳି କୌଣସି ସମସ୍ୟା ହୋଇନଥିଲା | ଆଜି ସୁରୁଖୁରୁରେ ଯାଇ ଗୁଣ୍ଡିଚା ମନ୍ଦିର ଆଗରେ ପହଂଚିଛି |