ରେଳବାଇ ବିରୋଧରେ ମାମଲା ରୁଜୁ

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣା ରେଳବାଇ ଦାୟିତ୍ୱହୀନତା ଓ ଅବହେଳା ଅଭିଯୋଗରେ ରୁଜୁ ହୋଇଛି ମାମଲା। ଜିଆରପି  ଏତଲା ଅଧାରରେ ମାମଲା ରୁଜୁ କରିଛି ବାଲେଶ୍ୱର ଜିଆରପି। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲଓ୍ବେ ଆକ୍ଟ 153/154/175ରେ ମାମଲା ରୁଜୁ କରି ତଦନ୍ତ କରୁଛି ଜିଆରପି। ପ୍ରାଥମିକ ପର୍ଯ୍ୟାୟରେ ମୃତକଙ୍କ ତଥ୍ୟ ସଂଗ୍ରହ କରାଯାଉଛି।