ରାଜ୍ୟ ସରକାର କଲେ ବଡ଼ ଘୋଷଣା। ଏଥର ସବୁ ଜିଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନ ଥିବା କଥା ଛଲେ୍ଲଖ କରିଛନ୍ତି ମନ୍ତ୍ରୀ। ଏକଥାକୁ ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି ।ସେପଟେ ଓଡିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ଧ୍ରୁବ ସାହୁ । ଗୃହରେ ବିଜେଡି ଓ କଂଗ୍ରେସ ବିଧାୟକ ଜୋରଦାର ହଙ୍ଗାମା କରିଛନ୍ତି। ସେହିପରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ।
Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Prev Post
Next Post