ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଥାନା, ହସ୍ପିଟାଲ, ତହସିଲ୍ ଆଦିକୁ ଲୋକ ଗଲେ ସେଠାରେ େସମାନଙ୍କୁ ସବୁ ସୁବିଧା ମିଳୁଛି କି ନାହିଁ, ସୁଭଦ୍ରା ଯୋଜନାରେ ଟଙ୍କା ମିଳିଲା କି ନାହିଁ, ଧାନ ବିକିଲାବେଳେ ମଣ୍ଡିରେ କ’ଣ ଅସୁବିଧା ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର କିସ୍ତି ଟଙ୍କା ଦେବାକୁ କିଏ ଲାଞ୍ଚ ନେଲା, ଭତ୍ତା ଟଙ୍କା ମିଳୁଛି ତ! ଏମିତି ସରକାରଙ୍କ ପ୍ରମୁଖ ସେବା ଓ ଯୋଜନା ଉପରେ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ।