ରାଜ୍ୟ ଆଇଏଏସ ସ୍ତରରେ ଅଦଳବଦଳ

 ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଛନ୍ତି ଯାଜପୁର ଜିଲ୍ଲାପାଳ।ନୟାଗଡ଼ଜିଲ୍ଲାପାଳ ଥିଲେ ସ୍ବଧା ଦେବ ସିଂଙ୍କର ବଦଳି ହୋଇଛି। ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବାଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏପଟେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀରରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।