ରାଜଧାନୀ ମହାବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର,: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜନ୍ମଜୟନ୍ତୀ ଆଜି ରାଜଧାନୀ ମହାବିଦ୍ୟାଳୟ ପରିସରେ ଥିବା ପ୍ରତିମୂର୍ତ୍ତି ନିକଟରେ ରାଜଧାନୀ ଛାତ୍ର ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି ।  ଦେଶମାତୃକାର ସେବା କରିବା ଓ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନକୁ ପରିତ୍ୟାଗ କରି ଲଢ଼େଇ ପାଇଁ ପ୍ରସ୍ତୁତ ଥିଲେ  ଉଚ୍ଚଶିକ୍ଷିତ, ମେଧାବୀ, ବିଚକ୍ଷଣ ବୁଦ୍ଧି, ଜ୍ଞାନର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ।  କେବଳ ଭାରତରେ ନୁହେଁ  ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ନିଜ ପରାକ୍ରମର ପରିଚୟ ଦେଇଥିଲେ ନେତାଜୀ । ଇଂରେଜ ବିରୋଧରେ ଲଢ଼େଇ ପାଇଁ ୨ଜଣ ବୀର ମହାପୁରୁଷଙ୍କ ଅବଦାନ ଚିରସ୍ମରଣୀୟ । ଆଜିର ଯୁବପିଢ଼ୀ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ମନେ ପକାଇ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି ଆଜି କାର୍ଯ୍ୟକ୍ରମ ରେ ଯୋଗଦେଇ ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି ରଜତ କୁମାର ପରିଡ଼ା କହିଥିଲେ। ସେହିପରି ବୀର ସୁରେନ୍ଦ୍ର ସାଏ ମଧ୍ୟ ୨୦ବର୍ଷ ଧରି ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସୁରେନ୍ଦ୍ର ସାଏଙ୍କ ସଙ୍ଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳରେ ବ୍ରିଟିଶ ଭୟଭୀତ ହୋଇଥିବା ଶ୍ରୀ ପରିଡ଼ା କହିଥିଲେ ।
ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ରାଜଧାନୀ ମହାବିଦ୍ୟାଳୟ ର ଛାତ୍ର ସଂଗ୍ରାମ ଦାଶ,ଶିବ ସୁନ୍ଦର ମଲ୍ଲିକ, ରତନ ଟୁଡୁ,ସାଗର ମୁଦୁଲି, ରୀଙ୍କୁ ବସ୍ତରାୟ,ସୌରବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।