ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ ସମେତ ଆଖପାଖ ଅଞ୍ଚଳ ତଥା ଜିଲାବାସୀ ପ୍ରଭାବିତ ହେବେ। ୟୁନିଟ-୧ ପରିବା ହାଟ ରାସ୍ତାକୁ ବେଆଇନ ଅବରୋଧ କରାଯାଇଥିବାରୁ ଏହାର ପ୍ରତିବାଦରେ ମହାସଂଘ ଏହି ଆନ୍ଦୋଳନ ଡାକରା ଦେଇଛି। ରାଜମହଲରୁ ଷ୍ଟେଟ୍ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ ଗଳି ହେଉଛି ୟୁନିଟ୍-୧ ହୋଲସେଲ ପରିବା ମାର୍କେଟକୁ ଯିବାର ଏକମାତ୍ର ରାସ୍ତା। ମାତ୍ର ଉକ୍ତ ରାସ୍ତାରେ ବେଆଇନ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ ଗେଟ ଏବଂ ତୋରଣ ଲାଗିବା, ମୂର୍ତ୍ତି ବିକ୍ରି, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରିଯାନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ସମ୍ପୃକ୍ତ ରାସ୍ତାକୁ ଅବରୋଧମୁକ୍ତ କରିବା, ୧ନଂ. ହାଟରେ ୯ ମହଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ନ କରି ୨ମହଲା ବିଲ୍ଡିଂ ନିର୍ମାଣ କରିବା, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ହାଟରେ ଥଇଥାନ କରିବା, ପରିବା ମାର୍କେଟକୁ ଭଗବାନପୁରକୁ ସ୍ଥାନାନ୍ତର କରିବା, ଅସ୍ଥାୟୀ ପ୍ଲାଷ୍ଟିକ ବଜାର, ଶୀତବସ୍ତ୍ର ବଜାର ବନ୍ଦ କରିବା ଆଦି ୧୦ଦଫା ଦାବି ନେଇ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ଏ ସମ୍ପର୍କରେ ଖବର ପାଇବା ପରେ ସୋମବାର ବିଏମ୍ସି ଜେଡିସି ଓ ଡେପୁଟି କମିଶନର (ମାର୍କେଟ) ଅଶୋକ ଲେଙ୍କା ହାଟକୁ ଆସି ସଂଘ ସହିତ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମହାସଂଘର ଦାବି ପୂରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ୨୦ରୁ ହୋଲ୍ସେଲ ପରିବା ବିକ୍ରି ବନ୍ଦ ହେବ ବୋଲି ମହାସଂଘ ସଭାପତି କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ହୋଲ୍ସେଲ ପରିବା ହାଟକୁ ପ୍ରତିଦିନ କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ କଣ୍ଟେନର, ଟ୍ରକ୍ ଭଳି ବଡ ଗାଡ଼ିରେ ପରିବା ଆସେ। ଏଠାରୁ ହୋଲ୍ସେଲ୍ରେ କିଣି ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଜିଲା ଓ ଅନ୍ୟ ସ୍ଥାନରେ ବିକ୍ରି କରିଥାନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପେଟପାଟଣା ଏହି ହାଟ ସହିତ ଜଡିତ ଅଛି। ମାତ୍ର ରାସ୍ତା ଜବରଦଖଲ ଯୋଗୁ ଗତ ୩ଦିନ ହେବ ପରିବା ହାଟକୁ ଗାଡି ଆସିପାରୁନାହିଁ। ମହାସଂଘ ବିପରୀତ ଦିଗରେ ଥିବା ଆବାସିକ ଅଞ୍ଚଳ ଦେଇ ଗାଡି ଆଣିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି। ଫଳରେ ହାଟ ଭିତରକୁ ପରିବା ପଶିବା ଅସମ୍ଭବ ହୋଇପଡିଛି। ଏନେଇ ମହାସଂଘ ପକ୍ଷରୁ ବିଏମସି ଓ ପୋଲିସକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ହାଟ ବନ୍ଦ ହେଲେ ବାହାର ରାଜ୍ୟରୁ ଗାଡ଼ି ଆସିବ ନାହିଁ କିମ୍ବା ମାର୍କେଟରୁ ଅନ୍ୟ ଜିଲାକୁ ଗାଡ଼ି ଯିବ ନାହିଁ ବୋଲି ସ୍ବାଇଁ କହିଛନ୍ତି। ଅପରପକ୍ଷେ ଆନ୍ଦୋଳନ ନ କରିବାକୁ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ। ମଙ୍ଗଳବାର ଆଉଥରେ ବ୍ୟବସାୟୀଙ୍କ ସହିତ ଆଲୋଚନା ହେବାର ଅଛି। ପୂଜା ଯେପରି ବନ୍ଦ ହେବନାହିଁ ଏବଂ ବ୍ୟବସାୟୀମାନେ ହଇରାଣ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ହାଟ ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହେଁ ବୋଲି କମିଶନର କହିଛନ୍ତି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post