ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ ସମେତ ଆଖପାଖ ଅଞ୍ଚଳ ତଥା ଜିଲାବାସୀ ପ୍ରଭାବିତ ହେବେ। ୟୁନିଟ-୧ ପରିବା ହାଟ ରାସ୍ତାକୁ ବେଆଇନ ଅବରୋଧ କରାଯାଇଥିବାରୁ ଏହାର ପ୍ରତିବାଦରେ ମହାସଂଘ ଏହି ଆନ୍ଦୋଳନ ଡାକରା ଦେଇଛି। ରାଜମହଲରୁ ଷ୍ଟେଟ୍ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ ଗଳି ହେଉଛି ୟୁନିଟ୍-୧ ହୋଲସେଲ ପରିବା ମାର୍କେଟକୁ ଯିବାର ଏକମାତ୍ର ରାସ୍ତା। ମାତ୍ର ଉକ୍ତ ରାସ୍ତାରେ ବେଆଇନ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ ଗେଟ ଏବଂ ତୋରଣ ଲାଗିବା, ମୂର୍ତ୍ତି ବିକ୍ରି, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରିଯାନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ସମ୍ପୃକ୍ତ ରାସ୍ତାକୁ ଅବରୋଧମୁକ୍ତ କରିବା, ୧ନଂ. ହାଟରେ ୯ ମହଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ନ କରି ୨ମହଲା ବିଲ୍ଡିଂ ନିର୍ମାଣ କରିବା, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ହାଟରେ ଥଇଥାନ କରିବା, ପରିବା ମାର୍କେଟକୁ ଭଗବାନପୁରକୁ ସ୍ଥାନାନ୍ତର କରିବା, ଅସ୍ଥାୟୀ ପ୍ଲାଷ୍ଟିକ ବଜାର, ଶୀତବସ୍ତ୍ର ବଜାର ବନ୍ଦ କରିବା ଆଦି ୧୦ଦଫା ଦାବି ନେଇ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ଏ ସମ୍ପର୍କରେ ଖବର ପାଇବା ପରେ ସୋମବାର ବିଏମ୍ସି ଜେଡିସି ଓ ଡେପୁଟି କମିଶନର (ମାର୍କେଟ) ଅଶୋକ ଲେଙ୍କା ହାଟକୁ ଆସି ସଂଘ ସହିତ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମହାସଂଘର ଦାବି ପୂରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ୨୦ରୁ ହୋଲ୍ସେଲ ପରିବା ବିକ୍ରି ବନ୍ଦ ହେବ ବୋଲି ମହାସଂଘ ସଭାପତି କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ହୋଲ୍ସେଲ ପରିବା ହାଟକୁ ପ୍ରତିଦିନ କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ କଣ୍ଟେନର, ଟ୍ରକ୍ ଭଳି ବଡ ଗାଡ଼ିରେ ପରିବା ଆସେ। ଏଠାରୁ ହୋଲ୍ସେଲ୍ରେ କିଣି ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଜିଲା ଓ ଅନ୍ୟ ସ୍ଥାନରେ ବିକ୍ରି କରିଥାନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପେଟପାଟଣା ଏହି ହାଟ ସହିତ ଜଡିତ ଅଛି। ମାତ୍ର ରାସ୍ତା ଜବରଦଖଲ ଯୋଗୁ ଗତ ୩ଦିନ ହେବ ପରିବା ହାଟକୁ ଗାଡି ଆସିପାରୁନାହିଁ। ମହାସଂଘ ବିପରୀତ ଦିଗରେ ଥିବା ଆବାସିକ ଅଞ୍ଚଳ ଦେଇ ଗାଡି ଆଣିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି। ଫଳରେ ହାଟ ଭିତରକୁ ପରିବା ପଶିବା ଅସମ୍ଭବ ହୋଇପଡିଛି। ଏନେଇ ମହାସଂଘ ପକ୍ଷରୁ ବିଏମସି ଓ ପୋଲିସକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ହାଟ ବନ୍ଦ ହେଲେ ବାହାର ରାଜ୍ୟରୁ ଗାଡ଼ି ଆସିବ ନାହିଁ କିମ୍ବା ମାର୍କେଟରୁ ଅନ୍ୟ ଜିଲାକୁ ଗାଡ଼ି ଯିବ ନାହିଁ ବୋଲି ସ୍ବାଇଁ କହିଛନ୍ତି। ଅପରପକ୍ଷେ ଆନ୍ଦୋଳନ ନ କରିବାକୁ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ। ମଙ୍ଗଳବାର ଆଉଥରେ ବ୍ୟବସାୟୀଙ୍କ ସହିତ ଆଲୋଚନା ହେବାର ଅଛି। ପୂଜା ଯେପରି ବନ୍ଦ ହେବନାହିଁ ଏବଂ ବ୍ୟବସାୟୀମାନେ ହଇରାଣ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ହାଟ ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହେଁ ବୋଲି କମିଶନର କହିଛନ୍ତି।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post