ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି
ଭୁବନେଶ୍ବର: ରାଜଧାନୀରେ ଏବେ ଡେଙ୍ଗୁ ଭୟ । ଜୀବନ ନେଉଛି ଡେଙ୍ଗୁ । ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି। ସ୍ଥିତି ଅଣାୟତ ହୋଇ ସାରିଥିବାବେଳେ ମଧ୍ୟ ପ୍ରମୁଖ ହସ୍ପିଟାଲରେ ଜଣେହେଲେ ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶାରି ଦିଆ ଯାଇନାହିଁ। ତେଣୁ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଅନ୍ୟ ରୋଗୀମାନେ ଆତଙ୍କିତ ଅଛନ୍ତି। କାରଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶା କାମୁଡ଼ି ଅନ୍ୟଜଣଙ୍କୁ କାମୁଡ଼ିଲେ ସେ ମଧ୍ୟ ଆକ୍ରାନ୍ତ ହୋଇଥାଏ।