ଭୁବନେଶ୍ୱର : ନିଜର ନ୍ୟାଯ୍ୟ ଦାବି ହାସଲ ପାଇଁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ପରିସରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟତଃ ତିନୋଟି ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି। ସେଗୁଡ଼ିକ ହେଲା: ଆଉଟସୋର୍ସିଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ। କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ। ସମାନ କାମକୁ ସମାନ ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟରେ ଆଉଟସୋର୍ସିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ମାତ୍ର ସରକାର ଗଠନ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଯେଉଁଥିପାଇଁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଆଜିର ଏହି ବିଶାଳ ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କର୍ମଚାରୀ ଯୋଗ ଦେଇଛନ୍ତି। ଯଦି ସରକାର ତୁରନ୍ତ ସେମାନଙ୍କ ଦାବି ଉପରେ ବିଚାର ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Trending
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
Prev Post