ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ
ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲ ବା ଜୁନିଅର କଲେଜରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ବିଭାଗରେ ଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଜାତିଆଣ ମନ୍ତବ୍ୟ, ରୁମରେ ଅଶ୍ଳୀଳ ଭିଡିଓ ଦେଖିବା, ରାତିରେ ସର୍ଟସ ପିନ୍ଧିବାକୁ ବାଧ୍ୟ କରିବା ଭଳି ଅଭିଯୋଗ କରିଛନ୍ତି ଛାତ୍ରୀ। ରୁମରେ ମୁଣ୍ଡ ନକୁଣ୍ଡାଇବା, ପୋଷାକ ଓ ଜୋତା ଅଲଗା ରଖିବାକୁ ଅନ୍ତେବାସୀ କହୁଥିବା ଛାତ୍ରୀ ଅଭିଯୋଗ କରିଛନ୍ତି ।