ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମଡିଆ ଏକ୍ସରେ ପୋଷ୍ଟ କରି ମହାମହିମ ଲେଖିଛନ୍ତି-

ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ  ପ୍ରାର୍ଥନା ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ୍ସରେ ପୋଷ୍ଟ କରି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ମାଧ୍ୟରେ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଓଡିଆରେ ଲେଖି ମୋଦୀ ଶୁଭେଚ୍ଛା ଜଣାଇଥିବା ବେଳେ ଭିଡିଓରେ ପ୍ରଧାନମନ୍ତ୍ରୀ କହିଛନ୍ତି-

ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଅଟନ୍ତି, ପ୍ରେରଣା ବି ଅଟନ୍ତି । ଜଗନ୍ନାଥ ଅଛନ୍ତି ମାନେ ଜୀବନ ଅଛି । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବାକୁ ନଗର ଭ୍ରମଣରେ ଯାଆନ୍ତି । ଦେଶରେ ରଥଯାତ୍ରାର ସ୍ବତନ୍ତ୍ର ପରିଚୟ ଅଛି । ପବିତ୍ର ରଥଯାତ୍ରାରେ ସମସ୍ତଙ୍କୁ ଶୁଭେଚ୍ଛା, ଜୟ ଜଗନ୍ନାଥ..

Leave a comment