Odisha ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହ ମିଶ୍ର On Feb 22, 2023 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଯେପରି ବିବୃତ୍ତି ରଖିଲେ ତାହାକୁ ନେଇ କଡ଼ା ଟିପଣୀ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି । ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା କହିଥିଲେ ମଧ୍ୟ ନରସିଂହ ମିଶ୍ର ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି, ‘ନବ ଦାସ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ଧନ୍ୟବାଦ, କିନ୍ତୁ ଦୁଃଖର ବିଷୟ ଏଥିରେ ନୂଆ ତଥ୍ୟ ସେ କିଛି ଦେଇନାହାନ୍ତି। ନବ ଦାସଙ୍କ ପରିବାର ଏହି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିବା ସହିତ ମୁଁ ମଧ୍ୟ କହୁଛି ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। କାରଣ ଜଣେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୁଲିସ କିଭଳି ଭାବେ ନବଙ୍କ ପାଖକୁ ସହଜରେ ଆସିପାରିଲା? ଏହାକୁ ଆଇଆଇସି କେମିତି ଜାଣି ପାରିଲେ ନାହିଁ, ଯଦି ବି ଜାଣି ପାରିଲେ, କାହିଁକି ଅଟକାଇଲେ ନାହିଁ। କ୍ରାଇମବ୍ରାଞ୍ଚ ଏଦିଗରେ ଉଚିତ ତଦନ୍ତ କରୁନାହିଁ। ବୋଲି ଖୋଲାଖୋଲି ନିଜ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ନର Share