ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅଧାବାଟରେ ଅଟକିଛି

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ଅଧବାଟରେ ଅଟକିଛି ।  ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି। ଏଠାରୁ ପୁଣି ଆସନ୍ତାକାଲି ଅପରାହ୍‌ଣ ୨ଟାରେ ମାଉସୀ ମା’ ଅଭିମୁଖେ ଟଣାଯିବ ବୋଲି ଜଣାପଡିଛି। ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବରେ ‌ଅନୁଷ୍ଠିତ  କାରଣରୁ ସାଢ଼େ ୩ଟାରେ ପହଣ୍ଡି ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ରେ ରଥଟଣା ଯାଇଥିଲା।   ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି।