ମନ୍ କି ବାତ୍ ରେ ମୟୂରଭଞ୍ଜର ରାମଜିତ୍ ଙ୍କୁ ପ୍ରଶଂସା  କଲେ ମୋଦି

ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର ବ୍ୟବହାରର ବାଟ ଦେଖାଇଛନ୍ତି  ରାମଜିତ୍  । ସେ `ଓଲିଚିକି’କୁ ଡିଜିଟାଲ ପ୍ଲାଟଫର୍ମରେ ଲେଖିବାର କୌଶଳ ବାହାର କରିଛନ୍ତି । ସେହିପରି ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି । କହିଛନ୍ତି, ସ୍ବଚ୍ଛତା ଦିନକର କାମ ନୁହଁ । ଏହା ବର୍ଷ ବର୍ଷ ଧରି ନିରନ୍ତର ପ୍ରକ୍ରିୟା । ଦୈନନ୍ଦିନ ଅଭ୍ୟାସରେ ସ୍ବଚ୍ଛତା ନ ଆସିବା ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି । ସ୍ବଚ୍ଛତା ଏବେ ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି ବୋଲି କହିଛନ୍ତି ମୋଦି ।