ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ନୂଆ ଭୋଟରଙ୍କୁ ସାମିଲ କରିବା ସହ ସଂଶୋଧନ ପାଇଁ ଭୋଟର ତାଲିକାରେ ନାମ ସାମିଲ କରିପାରିବେ । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ଓ ବୁଥ ସଂଖ୍ୟା ବଢିଛି। ରାଜ୍ୟରେ ୩ଲକ୍ଷ ୩ହଜାର ୯୪ ନୂଆ ଭୋଟର ଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୫୫ହଜାର ୨୧୩ ହୋଇଛି। ସେହିପରି ରାଜ୍ୟରେ ମୋଟ ବୁଥ ସଂଖ୍ୟା ୩୭ହଜାର ୮୦୯ ହୋଇଛି। ପୂର୍ବରୁ ୩୭ହଜାର ୬୦୬ ବୁଥ୍ ଥିଲା । voter.eci.gov.inରେ ଭୋଟର ତ୍ରୁଟି ସଂଶୋଧନ କରିପାରିବେ ଜନତା। ଏଥିପାଇଁ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ। ଫର୍ମ ୬ ଓ ୮ରେ ସଂଶୋଧନ କରିପାରିବେ ଭୋଟର।