ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ବଡ଼ କଥା କହିଛନ୍ତି । ଓଡ଼ିଶାରେ ପିଏମ ମୋଦୀ ରାଜ୍ୟକୁ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉପହାର ମଧ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ନିଜ ସମ୍ବୋଧନରେ ପିଏମ ମୋଦୀ ଏହା ମଧ୍ୟ କହିଥିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣ କାହିଁକି ଗ୍ରହଣ କରିନଥିଲେ।
ପିଏମ ମୋଦୀ କହିଥିଲେ ମାତ୍ର ଦୁଇ ଦିନ ପୂର୍ବେ ମୁଁ G7 ସମ୍ମିଳନୀ ପାଇଁ କାନାଡ଼ାରେ ଥାଏ। ସେହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ବହୁତ ଆଗ୍ରହର ସହ ନିମନ୍ତ୍ରଣ ଦେଇଥିଲେ। ମୁଁ ଆମେରିକାର ରାଷ୍ଟ୍ରପତିଙ୍କୁ କହିଥିଲି, ନିମନ୍ତ୍ରଣ ପାଇଁ ଆପଣଙ୍କୁ ଧନ୍ୟବାଦ, କିନ୍ତୁ ମୋତେ ମହାପ୍ରଭୁ ଜଗନ୍ନାଥଙ୍କ ପୁଣ୍ୟଭୂମିକୁ ଯିବା ଜରୁରୀ ଅଛି। ତେଣୁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲି। 

ପୂର୍ବ ସରକାରଙ୍କୁ ଭର୍ତ୍ସନା କଲେ ପ୍ରଧାନମନ୍ତ୍ରୀ ମୋଦି  । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା  । ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ  । ଭ୍ରଷ୍ଟାଚାର ଦ୍ବାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା  । ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା । ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି ।

ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି। ଆଜି ବିକାଶର ଆଧାର ହୋଇପାରିଛି। ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋହନ ମାଝୀଙ୍କ ସରକାର କୋଟିକୋଟି ଭକ୍ତମାନଙ୍କର ନିବେଦନ ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଛି। ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା କୋଟିକୋଟି ଭକ୍ତଙ୍କର ଆଶା ଥିଲା। ଆପଣମାନଙ୍କର ଭଲ ପାଇବା ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଏଠାକୁ ଟାଣିଆଣିଛି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରାଯାଇଥିଲା । ମୋଦୀଙ୍କ ସ୍ବାଗତ ପାଇଁ କଳାକାରମାନେ ପ୍ରସ୍ତୁତି ଦେଇଛନ୍ତି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ପହଞ୍ଚିଛନ୍ତି। ତାଙ୍କର ଏକ ଝଲକ ପାଇବା ପାଇଁ ସମର୍ଥକମାନେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ହେବାକୁ ଥିବା ରାଲିର ଉଭୟ ପାର୍ଶ୍ବରେ ଅପେକ୍ଷା କରିଥିଲେ। ମୋଦୀଙ୍କ ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି। ତ୍ରିରଙ୍ଗା ପତାକା ଦେଖାଇ, ହାତ ହଲାଇ ମୋଦୀଙ୍କୁ ସ୍ବାଗତ କରୁଛନ୍ତି। ସ୍ଥାନେ ସ୍ଥାନେ ପୁଷ୍ପ ବର୍ଷା କରାଯାଉଥିବା ବେଳେ ପାରଂପରିକ ବାଦ୍ୟ ବଜାଇଛନ୍ତି।

Leave a comment