ଭରତପୁର ଥାନାରେ ନୂଆ IIC ସ୍ବତନ୍ତ୍ର ପୂଜାର ଆୟୋଜନ କଲେ

 

ଭରତପୁର ଥାନାରେ ନୂଆ ଆଇଆଇସି ଦାୟିତ୍ବ ଗ୍ରହଣ କରିବା ପରେ ପୂଜାପାଠ କରିଛନ୍ତି । ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି ଦୀପକ ଖଣ୍ଡାୟତରାୟ ।  ସ୍ବତନ୍ତ୍ର ପୂଜାର ଆୟୋଜନ କରିବା ସହ ଶାନ୍ତି ପାଇଁ ହୋମ କରିଛନ୍ତି ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି । ଏପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ  ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ।

ସେପଟେ ଭରତପୁର ଘଟଣାର ପୀଡ଼ିତାଙ୍କୁ ନେଇ ସାରା ଦେଶରେ ଚର୍ଚା ଲାଗି ରହିଥିବା ବେଳେ   ମେଜର ଓ ତାଙ୍କ ବାନ୍ଧବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେଡି ମଧ୍ୟ ଆସନ୍ତାକାଲି ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଭରତପୁର ଥାନା ଘଟଣାର ପୀଡ଼ିତା ବେଶ୍‌ ସନ୍ତୁଷ୍ଟ ଅଛନ୍ତି।  ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ସେ କହିଛନ୍ତି।