ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ ଘୋଷଣା କଲେ ଡାକ୍ତର
ସୋନପୁର: ଗଭୀର ବୋରୱେଲରେ ଖସି ପଡ଼ିଲେ ୮୦ ବର୍ଷୀୟ ବୃଦ୍ଧା। ଆଜି ତାଙ୍କୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ଗଭୀର ବୋରୱେଲରେ ଖସି ପଡ଼ିଥିଲେ ବୃଦ୍ଧା । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଗତକାଲି ବୃଦ୍ଧା ଦୁଖୀ ନେଗୀ ବୋରୱେଲ ଭିତରେ ଖସିପଡ଼ିଥିଲ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା। ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରଲୋକ। ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଛି। ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ତେବେ ଗାତ କିଏ ଖୋଳିଥିଲା ତାହା ଜଣାପଡିନାହିଁ ।