ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହିତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ବିଧାନସଭାର ପ୍ରଶ୍ନକାଳ ଅବସରରେ ଏକ ପ୍ରଶ୍ନର ଉତ୍ତରରେ ଏନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।ରାଜ୍ୟର ଭଦ୍ରକରେ ନେହରୁ ଷ୍ଟାଡିୟମ ଓ ସନ୍ତରଣ କେନ୍ଦ୍ର, ଢେଙ୍କାନାଳରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସିନ୍ଥେଟିକ ଟ୍ରାକ, ଫୁଟବଲ ପଡ଼ିଆ, ହକି ତାଲିମ କେନ୍ଦ୍ର, ସନ୍ତରଣ କେନ୍ଦ୍ର, ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ବାଲେଶ୍ୱରରେ ସନ୍ତରଣ କେନ୍ଦ୍ର ନିର୍ମାଣ କରାଯିବ । ଏଥିସହିତ ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଯାଜପୁର ଓ ଝାରସୁଗୁଡ଼ାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ।
Trending
- ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି
- ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ
- ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ
- ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି
- ୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି
- DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ
- ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
- ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ
- ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ
- MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା ,ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ
Prev Post
Next Post