ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି
କଟକ: ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ବିଧାୟକ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଓଏଚଆରଡିସି ଋଣ ଦୁର୍ନୀତି ମାମଲା ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ବିରୋଧରେ ଡାକ୍ତର ରବି ରଞ୍ଜନ ସାହୁଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ଏହି ଜନସ୍ୱାର୍ଥ ମାମଲା । ଭିଜିଲାନ୍ସ ମାମଲାର ତ୍ୱରିତ ଶୁଣାଣି ପାଇଁ ହୋଇଥିଲା ପ୍ରାର୍ଥନା । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ ।