ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା ଖର୍ଚ୍ଚ ନେଇ ତଥ୍ୟ ଦେଇଛନ୍ତି ସରକାର । ଏନେଇ ବିଧାନସଭାରେ ଲିଖିତ ଉତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୬ରୁ ୧୪ ବର୍ଷର ପିଲାଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୨୫ ହଜାର ୫୬ ଟଙ୍କା ରହିଛି । ୨୦୧୪-୧୫ ରେ ଏହି ରାଶି ୯ ହଜାର ୧୮୪ ଟଙ୍କା ଥିଲା । ଏନେଇ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।ସେହିପରି ରାଜ୍ୟରେ ଶିକ୍ଷକଙ୍କ ଅଭାବକଳୁ ନେଇ ବିଭିନ୍ନ ସମୟରେ ଲୋକମାନଙ୍କ ପ୍ରତିବାଦ ଦେଖିବାକୁ ମିଳୁଥିବା ବେଳେ ଏ ସଂକ୍ରାନ୍ତରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ।ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦ ରହିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚବିଦ୍ୟାଳୟରେ ଖାଲି ପଡିଛି ୧୧ହଜାର ୪୦୩ ଶିକ୍ଷକ ପଦବୀ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ଖାଲି ପଡିଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି ।
Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ