ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଘଟଣାରେ 3 ଗିରଫ

ଭୁବନେଶ୍ବର:  ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ୪ଅଭିଯୁକ୍ତ ସମ୍ପୃକ୍ତ ରହିଥିବାରୁ 3ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଇଦେଇଛି ପୋଲିସ । ୪ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ଯୁକ୍ତ ଦୁଇ କଳା ବିଭାଗର ଛାତ୍ର । ବଡଗଡ ଥାନା ପୋଲିସ ଏମାନଙ୍କୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ  ପ୍ରତିଦିନ ଉକ୍ତ ଛାତ୍ର ତାଙ୍କ ପିଲାଦିନର ବାନ୍ଧବୀଙ୍କ ସହ ମିଶି କଲେଜ ଆସନ୍ତି । ବାନ୍ଧବୀଙ୍କ ବାପା ଉଭୟଙ୍କୁ କଲେଜ ନେବା ଆଣିବା କରନ୍ତି । ଯାହାକି କିଛି ବରିଷ୍ଠ ଛାତ୍ରଙ୍କ ଆଖିରେ ଯାଇନଥିଲା । ଛାତ୍ରଛାତ୍ରୀଙ୍କ ପାରିବାରିକ ସମ୍ପର୍କକୁ କେତେକ ଭିନ୍ନ ରୂପ ଦେଇଥିଲେ । ଦୁଇଦିନ ତଳେ କିଛି ଛାତ୍ର ପୀଡ଼ିତ ଛାତ୍ରଙ୍କ ନିକଟକୁ ଆସି ଧମକ ଚମକ ଦେଇଥିଲେ। ଛାତ୍ରୀଙ୍କ ସହ ନ ମିଶିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଭୟ ସୃଷ୍ଟି କରିବା ପାଇଁ ତାଙ୍କ ଚଷମା ଟାଣି ଫିଙ୍ଗିଦେଇଥିଲେ। ଏପରିକି ତାଙ୍କୁ ମାଡ ହୋଇଥିବା କୁୁହାଯାଉଛି । ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି