ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ!
ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବ କି ନାହିଁ ତାକୁ ନେଇ ଚର୍ଚା ଜାରି ରହିଛି । ନିର୍ବାଚନୀ ମେଂଟକୁ ନେଇ ଦୁଇ ଦଳ କିଛି କହୁନାହାଁନ୍ତି । ମେଂଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ମେଂଟ ପାଇଁ ଆଗ୍ରହୀ ଥିବା ବିଜେଡି ଉପରେ ଚାପ ପକାଇ ନିଜ ପସନ୍ଦ ମୁତାବକ ଆସନ ନେବାକୁ ବିଜେପିର ଏହା ରଣନୀତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ତେବ ମେଂଟ ହେବ କି ନାହିଁ ତାହା କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ ।