ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ । ଅର୍ଥାତ୍ କିଛି ନେତା ଏ ଦଳରୁ ସେ ଦଳକୁ ଯାଉଛନ୍ତି ତ ଆଉ କିଛି ସେ ଦଳରୁ ଏ ଦଳକୁ ଆସୁଛନ୍ତି । ଏହା ପଛରେ ଟିକେଟ୍ ରାଜନୀତି ରହିଛି ବୋଲି କୁହାଯାଉଥିବା ବେଳେ ଆଉ କିଛି ନେତା କିନ୍ତୁ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ହୋଇ ଗୋଟିଏ ଦଳରୁ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହି ମିଶ୍ରଣ ପର୍ବରେ ବର୍ତ୍ତମାନ ସବୁଠାରୁ ବଡ଼ ନାଁ ହେଉଛି ସାଂସଦ ଅନୁଭବ ମହାନ୍ତି । ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ମିଶିପାରନ୍ତି ।ଓଲିଉଡ ସୁପରଷ୍ୟାର ତଥା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ନିଜ ଦଳ ବିଜେଡିରୁ ବିଦାୟ ନେଇପାରନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି । ତେବେ ବିଜୁ ଜନତା ଦଳ ଛାଡି ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି । ଗତ ଶୁକ୍ରବାର କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କ ମତକୁ ଗୁରୁତ୍ୱ ଦିଆଯାଉନଥିବା କାରଣ ଦର୍ଶାଇ ବିଜେଡି ଛାଡିଥିବା କହିଛନ୍ତି ଭର୍ତ୍ତୃହରି । ଏହାପରେଶାସକ ଦଳର ଆଉ ଜଣେ ସାଂସଦ ମଧ୍ୟ ଦଳ ଛାଡିପାରନ୍ତି ବୋଲି ଆଲୋଚନା ହେଉଛି ।ତେବେ ଅନୁଭବଙ୍କ ତରଫରୁ କିମ୍ବା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ସଙ୍କେତ ଦିଆଯାଇନାହିଁ । ତଥାପି ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି ମଧ୍ୟ କହିହେବ ନାହିଁ । କାରଣ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ନେତାମାନଙ୍କୁ ନବୀନ ନିବାସକୁ ଡକାଯାଇଥିବା ବେଳେ ସେଠାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା । ଏହା ସହିତ କେନ୍ଦ୍ରାପଡା ଲୋକସଭା ଆସନରେ ଏଥର ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ, ତେବେ ୨୦୧୯ରେ କେନ୍ଦ୍ରାପଡାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢିପାରିବେ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି କେନ୍ଦ୍ରାପଡ଼ାରୁ ଅନୁଭବଙ୍କୁ ଟିକେଟ୍ ନ ମିଳେ, ତେବେ ବିଜେଡି ତାଙ୍କୁ ଅନ୍ୟ କେଉଁ ଆସନ ଦେବା ପାଇଁ ଚିନ୍ତା କରୁଛି କି?
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post