ବାହୁଡ଼ିଲେ ଶ୍ରୀଜିଉ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ
ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିତରେ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ସୂଚାରୁ ଭାବେ ସମ୍ପନ୍ନ ହୋଇଅଛି। ଶ୍ରୀମନ୍ଦିର ସମୀପକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ତାଳଧ୍ୱଜ ଓ ଦର୍ପଦଳନ ରଥ ପରେ ମହାବାହୁଙ୍କ ରଥ ଅଟକିଥିଲା ଶ୍ରୀନଅର ନିକଟରେ। ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଛି ସିଂହଦ୍ବାର ନିକଟକୁ। pic.twitter.com/pCzjoxPttd
— I & PR Department, Odisha (@IPR_Odisha) June 28, 2023
ଏହାପରେ ଆରମ୍ଭ ହୋଇଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା । ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ନନ୍ଦିଘୋଷଙ୍କ ନନ୍ଦିଘୋଷ ରଥ ଟଣା । ତିନି ରଥ ମାଉସୀ ମାଆ ମନ୍ଦିର ପାଖରେ ଗୋଟିକ ପରେ ଗୋଟିଏ ଅଟକି ଥିଲା । ଏଠାରେ ମାଉସୀ ତିନି ଭାଇ ଭଉଣୀଙ୍କୁ ପୋଡପିଠା ଖାଇବାକୁ ଦେଇଥିଲେ । ସେଠାରୁ ତାଳଧ୍ବଜ ଏବଂ ଦର୍ପଦଳନ ଆସି ସିଂହଦ୍ବାର ସମ୍ମୁଖରେ ଅଟକି ଥିଲେ । ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ଥିଲା । ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଗଜପତି ମହାରାଜ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ଥିଲେ । ସେଠାରେ ଗଜପତି ମହାରାଜ ଲକ୍ଷ୍ମୀନାରାୟଣଙ୍କ ଭେଟ କରାଇଥିଲେ । ଏହାପରେ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖକୁ ଆସିଥିଲା ।
ଗଜପତି ମହାରାଜାଙ୍କ ଦ୍ବାରା ପବିତ୍ର ଛେରା ପହଁରା ନୀତି: | #ରଥଯାତ୍ରା୨୦୨୩ #RathYatra2023 pic.twitter.com/V4xty8MnMi
— I & PR Department, Odisha (@IPR_Odisha) June 28, 2023
ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଗଡିଚାଲିଛି ପରମ ପବିତ୍ର ନନ୍ଦିଘୋଷ ରଥ। ଜୟ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଛି ସମଗ୍ର ଶଙ୍ଖକ୍ଷେତ୍ର। #ରଥଯାତ୍ରା pic.twitter.com/sbLxdNIRJK
— I & PR Department, Odisha (@IPR_Odisha) June 28, 2023