ବାଲେଶ୍ବରରେ 5T ସଚିବ ଭିକେ ପାଣ୍ଡିଆନ

ବାଲେଶ୍ୱର: ବାଲେଶ୍ବରରେ 5T ସଚିବ ଭିକେ ପାଣ୍ଡିଆନ  ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି 5T ସଚିବ ।  ଏହାପରେ ବାଲେଶ୍ବର କଲେକ୍ଟରେଟରେ ଥିବା ମିଶନ ଶକ୍ତି ବଜାର ବୁଲିଲେ ।  ସେଠାରୁ ସହଦେବଖୁଣ୍ଟା ବସଷ୍ଟାଣ୍ଡ ଯାଇ ବସ ଓ ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ । ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ପରେ ଚାନ୍ଦିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବଳରାମଗଡି ଜେଟିକୁ ଯାଇ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବେ 5T ସଚିବ । ଭୋଗରାଇ ବ୍ଲକ ଗସ୍ତ କରି ଚନ୍ଦନେଶ୍ବର ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବେ 5T ସଚିବ । ସେଠାରୁ ଶଙ୍ଖାରୀରେ ମନୋଜ ଦାସ ମେମୋରିଆଲ ପରିଦର୍ଶନ କରିବେ । ପରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ଉଦୟପୁର ଗସ୍ତ କରି ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ ।