ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ। ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବଦଳି ଓ ନିଯୁକ୍ତି ପାଇଁ ପକାଯାଉଥିବା ଅଯଥା ପ୍ରଭାବ ଓ ଚାପ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି