ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ଗୁରୁବାର ବଦଳି କରାଯାଇଛି। ଭାଜପା ଅଭିଯୋଗକ୍ରମେ ଭାରତର ନିର୍ବାଚନ କମିଶନ (ଇସିଆଇ) ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କୁ କେଉଁଠିକୁ ବଦଳି କରାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଭାଜପା ନେତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଏବଂ ଓମ୍ ପାଠକ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ସୁଜାତା କିଭଳି ଖୋଲାଖୋଲି ସରକାରୀ କଳ ଓ କ୍ଷମତାର ଦୁରୁପଯୋଗ କରିବା ସହ ବିଜେଡି ସପକ୍ଷରେ ଭୋଟ୍ କରାଇବା ନିମନ୍ତେ ଅପଚେଷ୍ଟା କରୁଛନ୍ତି, ସେନେଇ ଗୁରୁବାର ଇସିଆଇଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।
ଏପରିକି କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଭାଜପାର ସେଣ୍ଟ୍ରାଲ ଟିମ୍ ଦାବି କରିଥିଲା। ସୂଚନା ଅନୁସାରେ, ସୁଜାତା ସ୍ବାମୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଓଡ଼ିଶା ସରକାର ପ୍ରାୟ ୭୦ ହଜାର ମହିଳାଙ୍କୁ ଏହି ଏସ୍ଏଚ୍ଜିରେ ସାମିଲ କରିଛନ୍ତି। ଆଉ ସେମାନଙ୍କ ମାଧ୍ୟମରେ ସୁଜାତା ଏବେ ଭୋଟରଙ୍କୁ ପ୍ରଭାବିତ କରିବା କାର୍ଯ୍ୟ କରିବାରେ ଲାଗିଛନ୍ତି। ଏପରିକି ବିଜେଡିକୁ ଭୋଟ୍ ନ ଦେଲେ ମିଶନ ଶକ୍ତି ବିଭାଗ ଯୋଗାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ ବୋଲି ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି।
Trending
- ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର,ନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ
- ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ, ବିକାଶର ଆଗଧାଡ଼ିରେ ରହିବ ନୂଆପଡ଼ା – ମନମୋହନ ସାମଲ
- ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ଆଜି ଅପରାହ୍ଣ ୪ଟାରେ ସରିବ, ତିନି ରାଜନୈତିକ ଦଳ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ
- ବାଲିଯାତ୍ରାର ବଢ଼ୁଛି ଭିଡ଼, ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକେ
- ବେଦାନ୍ତ ଝାରସୁଗୁଡା ସମ୍ପ୍ରଦାୟିକ ଆଉଟରିଚ୍ ପଦକ୍ଷେପ ସହିତ ଜାତୀୟ କର୍କଟ ସଚେତନତା ଦିବସ ପାଳିତ
- ୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ
- ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣା: ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ
- NDA ସରକାର ନଆସିଲେ ରାଜ୍ୟର ପିଲାମାନେ ଡାକ୍ତର କିମ୍ବା ଇଞ୍ଜିନିୟର ନୁହେଁ, ଗୁଣ୍ଡା ହେବେ – ମୋଦୀ
- ବାଲିଯାତ୍ରାେରେ ବାସୀ ଖାଦ୍ୟ , ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ