ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ

ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୫/୨ : ପକ୍ଷୀଙ୍କ କୋଳାହଳ ଶବ୍ଦରେ ମନପୁରି ଯାଏ । କିଚିରି ମିଚିରି ଶବ୍ଦ ଟିକେ କାନରେ ବାଜିଲେ ମନଭିତରେ ଥିବା ଆଶଙ୍କା ଦୂର ହୋଇ ଯାଇଥାଇଥାଏ । ସକାଳୁ ନିଦ ଭାଙ୍ଗିଲେ ପକ୍ଷୀଙ୍କ କୋଳାହଳ ଶୁଣିଲେ , ଆନନ୍ଦ ଅନୁଭବ ହୁଏ । ଶୀତର ପହିଲି ସ୍ପର୍ଶରେ ପକ୍ଷୀମାନେ ଚାଲିଆସିଥାନ୍ତି ଚିଲିକା ହ୍ରଦକୁ । ଭଳିକି ଭଳି ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଚିଲିକାରେ ଦେଖିବାକୁ ମିଳିଥାଏ ।

Registrations Open for 3rd National Chilika Bird Festival: Details

ସେଥିପାଇଁ ଟାଙ୍ଗୀ ମଙ୍ଗଳାଯୋଡିର ଦେବକର ବେହେରାଙ୍କ ତରଫରୁ ଦାୟର ଜନସ୍ୱାର୍ଥ ମାମାଲରେ ଦର୍ଶାଯାଇଛି ଯେ, ଚିଲିକା ହେଉଛି ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଭାରତୀୟ ଉପମହାଦେଶର ସବୁଠାରୁ ବଡ ଶୀତକାଳୀନ ବ୍ୟବସ୍ଥାନ । ହଜାର ହଜାର ମାଇଲ ଦୂରରୁ ଚିଲିକାକୁ ପକ୍ଷୀମାନେ ଆସୁଛନ୍ତି । ୧୦ କିଲୋମିଟରରୁ ଅଧିକ ବ୍ୟାପ୍ତ ମଙ୍ଗଳାଯୋଡି ଅଚଂଳରେ ବିଶେଷ ଭାବେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । ଏହି ପକ୍ଷୀମାନେ ବହୁତ ଲାଜୁକୁଳା ହେଉଥିବା ବେଳେ ଅଧିକ ଶବ୍ଦ ହେଲେ ପଳାଇ ଯାଇଥାନ୍ତି । ଦେଶୀ ଡଙ୍ଗାରେ ଯାଇ ଏହି ପକ୍ଷୀମାନଙ୍କୁ ଦୂରରୁ ଦେଖି ହେବ ।

Chilika Lake in Odisha Records Highest Ever Bird Count

କିନ୍ତୁ କିଛିଦିନ ହେବ କେତେକ ମତ୍ସଜିବୀ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚଳାଉଥିବା ଦେଖିବାକୁ ମିଳୂଛି ।ମୋଟର ଚାଳିତ ଡଙ୍ଗା ଚାଲିବା ଦ୍ୱାରା ପକ୍ଷୀମାନେ ଭୟଭୀତ ହୋଇ ପଡୁଛନ୍ତି ଏବଂ ଏହାର କୁ ପ୍ରଭାବ ପରିବେଶ ଉପରେ ମଧ୍ୟ ପଡୁଛି । ମଙ୍ଗଳାଯୋଡି ଅଚଂଳକୁ ସାଇଲେଟଂ ଜୋନ ଭାବେ ଘୋଷଣା କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

More than 12 lakh migratory birds arrived at Chilika lagoon this winter,  says annual bird census | Odisha News | Odisha Breaking News | Latest  Odisha News
LINKED-https://fb.watch/a_73R6CWLP/

ଏଠାରେ ବେଆଇନ ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ ଅଙ୍କୁଶ ଜାରି କରାଯିବ ସହିତ ନୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

Report- Bharat binod nayak