ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ

ଗୋପାଳପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ କରାଯାଇଛି । ବ୍ରହ୍ମପୁରରେ ପହଞ୍ଚିବା ପରେ ଲାଗିଲା ଗୋ ବ୍ୟାକ୍ ନାରା । ବିଧାୟକଙ୍କ ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ। ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ବିରୋଧର ସାମନା କରି ହଟହଟା ହୋଇଛନ୍ତି ପ୍ରଦୀପ । ତାଙ୍କୁ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ଅଟକାଇଥିଲେ ସ୍ଥାନୀୟ ଲୋକେ। କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ି ସାମନାରେ ଠିଆ ହୋଇ ବାଟ ଓଗାଳିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚିଥିଲା ।