ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଚାଷୀଙ୍କ ଉତ୍ସାହ ବୃଦ୍ଧି ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସସ୍ତ ଜିଲ୍ଲାରେ ପରିବା ମଣ୍ଡି ଖୋଲିବ । ଭୁବନେଶ୍ୱର ଓ କଟକରେ ପ୍ରଥମେ ପରିବା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଦ୍ୱାରା ଉତ୍ସାହିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ତେବେ ଖବର ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଭୁବନେଶ୍ୱର ଓ କଟକରେ ଏହି ପରିବା ମଣ୍ଡି ପରୀକ୍ଷାମୂଳକ ଭାବେ ଖୋଲିବ । ଏହାଫଳରେ ଟ୍ୱିନ ସିଟି ସନ୍ନିକଟ ଅଞ୍ଚଳର ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଆଣି ସିଧାସଳଖ ଭାବେ ବ୍ୟବସାୟୀଙ୍କୁ ବିକ୍ରି କରିପାରିବେ । ଚାଷୀମାନେ ଯେପରି ବେପାରୀଙ୍କ ଦ୍ୱାରା ଶୋଷିତ ନହେବେ, ସେଥିପାଇଁ ସବୁ ମଣ୍ଡିରେ ପରିବାର ମୂଲ୍ୟ ସୂଚୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି ।ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପରିବା ପାଇଁ ଆମେ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛେ । ରାଜ୍ୟର ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ପରିବାରର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ସେଥିପାଇଁ ଅନେକ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଦିନକୁ ଦିନ ରାଜ୍ୟରେ ଚାଷ ହ୍ରାସ ପାଇବାରେ ଲାଗିଛି । ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଧାନ ଚାଷୀଙ୍କ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଚାଷୀଙ୍କୁ ସେମାନଙ୍କର ଧାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯିବ । ମଣ୍ଡିକୁ ଚାଷୀମାନ ସେମାନଙ୍କର ପରିବା ନେଇ କରି ଆସିବେ । ସେଥିପାଇଁ କୌଣସି ଦଲାଲ ବା ମଧ୍ୟସ୍ଥିଙ୍କର ହସ୍ତକ୍ଷେପକୁ ବରଦାସ୍ତ କରଯିବ ନାହିଁ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବସାୟୀଙ୍କ ସହିତ ଆଲୋଚନା କରାଯାଇଛି ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post