ଆସନ୍ତା ୭ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ରତ୍ନବେଦିରୁ ବାହାରି ରଥାରୂଢ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଦେଶବିଦେଶର ଭକ୍ତଙ୍କ ସମାଗମ ହେବ।ପବିତ୍ର ଘୋଷଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। ଜୁଲାଇ ୬ରୁ ୯ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାଷ୍ଟ୍ରପତି ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post