ରାଜ୍ୟରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟବାସୀଙ୍କ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ଯାହାର ସୁଫଳ ରାଜ୍ୟବାସୀ ପାଇପାରୁଛନ୍ତି । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ନବୀନ ସରକାର ଦେଶପାଇଁ ରୋଲ ମଡେଲ ସାଜିଛନ୍ତି । ବାତ୍ୟା ହେଉ ବା ବନ୍ୟା ଅଥବା ମରୁଡ଼ି ସବୁଥିରେ ସୁପରିଚାଳନା ପାଇଁ ସାରା ଦେଶରେ ନବୀନ ପଟ୍ଟନାୟକଙ୍କ ସରକାର ଏକନମ୍ବର ସ୍ଥାନ ହାସଲ କରିଛି ।ତେବେ ପୁଣିଥରେ ଆର୍ଥିକ ପରିଚାଳନାରେ ସାରା ଦେଶପାଇଁ ଉଦାହରଣ ପାଲଟିଛି ଓଡ଼ିଶା । ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଓ ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ସାରା ଦେଶରେ ରାଜସ୍ୱ ବଳକା ଭାବେ ଓଡ଼ିଶା ଏକନମ୍ବର ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ୫-ଟି ସଂସ୍କାରର ଫଳସ୍ୱରୂପ ଏହା ସମ୍ଭବ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଓଡ଼ିଶା ଏକନମ୍ବର ରାଜ୍ୟଭାବେ ୪୩,୪୭୧ କୋଟି ଟଙ୍କାର ବଳକା ରାଜସ୍ୱ ପାଇଛି