ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା
ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପୁଣି ଆଜି ଦ୍ବିତୀୟ ଦିନ ଲାଗି ଇଡି ଜେରା କରିବ । ଇଡିରେ ହାଜର ହେବା ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ମଧ୍ୟ କିଛି କହିନଥିଲେ ଶ୍ରଦ୍ଧାଞ୍ଜଳି । ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା ଇଡି । ବର୍ତ୍ତମାନ ଅର୍ଚ୍ଚନା ନାଗ, ଖଗେଶ୍ବର ଏବଂ ଶ୍ରଦ୍ଧାଞ୍ଜଳି ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ଇଡି ଖୋଳତାଡ଼ କରୁଛି।