ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କଲେ ସମୀକ୍ଷା 5T ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ବର: ନୂଆପଡ଼ା ଗସ୍ତ ପରେ ଏବେ ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ ପହଁଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ସେ ପ୍ରାୟ ୪୦ ମିନିଟ ଅତିବାହିତ କରିଥିଲେ। ଗତକାଲି ନୂଆପଡ଼ା ସିନାପାଲି ବ୍ଲକ ନିଲଜି ଗଦରାମାଲରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରି ଖୁବଶୀଘ୍ର କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ଦ୍ବାରା ୮୯୦ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟ ଜଳ ସମସ୍ୟାର ବି ସମାଧାନ ହେବ ବୋଲି କହିଥିଲେ ।ଏହାସହ ପାତାଳଗଙ୍ଗା ମନ୍ଦିରର ନବକଳେବର ସହିତ ଚାରିପାଖର ସୌନ୍ଦର୍ଯ୍ୟକରଣ କରାଯିବ। ମହାମୃତ୍ୟୁଞ୍ଜୟ, ଗାୟତ୍ରୀ ଓ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ଏହାର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ସଚିବ ।