୧୫୦ ବର୍ଷ ତଳୁ କଟକରେ ଗଢ଼ିଉଠିଥିଲା ବ୍ୟବସାୟିକ ପ୍ରତିଷ୍ଠାନ ମାଲଗୋଦାମ । ତେବେ ଏକ ଶତାବ୍ଦୀ ବର୍ଷର ପୁରୁଣା ଏହି ମାଲଗୋଦାମକୁ ନେଇ ଆସିଛି ଏକ ବଡ଼ ଖବର । ସମୟକ୍ରମେ ଯାନବାହାନ ଚଳାଚଳ ବଢ଼ିବା ସହିତ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାକୁ ଫୁଲନଖରାରୁ ମଙ୍ଗୁଳି ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼କୁ ସ୍ଥାନାନ୍ତର କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି ।ତେବେ ନୂଆ ମାଲଗୋଦାମ ପାଇଁ ରୂପରେଖ ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ କଟକରେ ମାଲଗୋଦାମ ବସିଥିଲା । ପାଖାପାଖି ୬୦ ଏକର ଜମିରେ ତିଆରି ହୋଇଥିବା ଏହି ମାଲଗୋଦାମରେ ୫ଟି ଗୋଦାମ ଓ ୧୫ଟି ଦୋକାନ ରହିଥିଲା । ମାତ୍ର ଏବେ ଖୁଚୁରା ଦୋକାନ ଓ ଗୋଦାମକୁ ମିଶାଇ ପାଖାପାଖି ୭୮୦ରେ ପହଞ୍ଚି ଗଲାଣି ।ମାଲଗୋଦାମକୁ ଦୈନିକ ପାଖାପାଖି ୪ ହଜାର ସାଧାରଣ ଲୋକ ଓ ବ୍ୟବସାୟୀ ଆସୁଛନ୍ତି । ଏଥିସହିତ ଛତିଶଗଡ଼, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ଦୈନିକ ୫୦-୬୦ ଟ୍ରକ ମାଲ ନେଇ ଆସୁଛି । ଦିନକୁ ଦିନ ମାଲଗୋଦାମର କଳେବର ବୃଦ୍ଧି ପାଉଥିବା ବେଳେ ଲୋକଙ୍କର ଗମନାଗମନ ମଧ୍ୟ ବଢ଼ିବାରେ ଲାଗିଛି । କାଉଣ୍ଟର ଗୋଟିଏ ସ୍ଥାନରେ ରହିଥିବା ବେଳେ ଗୋଦାମ ଅଲଗା ଅଲଗା ସ୍ଥାନରେ ରହୁଛି ।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
Prev Post
Next Post