Odisha ନୂଆ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବ ବିଜେଡି On May 25, 2023 ଭୁବନେଶ୍ବର : ବିରୋଧୀ ଦଳମାନେ ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନ ଉଦ୍ଘାଟନ କରନ୍ତୁ ବୋଲି ବହୁ ବିରୋଧୀ ଦଳ ଦାବି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଉଦ୍ଘାଟନୀ ଉତ୍ସବକୁ କଂଗ୍ରେସ ସମେତ ମୋଟ୍ ୧୯ଟି ବିରୋଧୀ ଦଳ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏହି ବିବାଦରେ ବିଜେଡିର ଆଭିମୁଖ୍ୟ ଉପରେ ଜାତୀୟ ସ୍ତରରେ ରାଜନୈତିକ ମହଲର ନଜର ରହିଥିଲା। ଉଦ୍ଘାଟନୀ ସମାରୋହରେ ବିଜେଡି ସାମିଲ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। Share