ନୂଆ ରୂପରେ ବରମୁଣ୍ଡା ବସଷ୍ଟାଣ୍ଡ
ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡାକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହୋଇଛି ଭୁବନେଶ୍ୱର ବରମୁଣ୍ଡାର ବସ୍ ଷ୍ଟାଣ୍ଡ । ତେବେ ଏନେଇ ଅନେକ ଦିନରୁ କାର୍ଯ୍ୟ ଜାରି ରହିଥିଲା । ନିର୍ମାଣ କାର୍ଯ୍ୟ ସମାପ୍ତି ପରେ ଆଜି ସଂଧ୍ୟାରେ ଏହି ବସଷ୍ଟାଣ୍ଡର ଉଦଘାଟନ କରାଯିବ ।ଉଦଘାଟନ ପୂର୍ବରୁ ଆମ ପ୍ରତିନିଧି ସେଠାରେ ପହଞ୍ଚି ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲର ସମଗ୍ର ଦୃଶ୍ୟ କ୍ୟାମେରାରେ କଏଦ କରିବା ସହ ଲୋକେ କିପରି ସୁବିଧା ପାଇବେ ଏବଂ ବସଷ୍ଟାଣ୍ଡ ବିଷୟରେ ଆଲୋଚନା କରିଛନ୍ତି । ଏହି ଭିଡିଓରେ ବସର ରହଣୀ କେନ୍ଦ୍ର, ଯାତ୍ରୀମାନେ କିପରି ଟିକେଟ କରିସାରି ବସରେ ଚଢିବେ ସେହି ବିଷୟରେ ଭିଡିଓରେ ଦେଖାଯାଇଛି । ଏହି ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସିଷ୍ଟମ କରାଯାଇଛି । ଯେତେବେଳେ ବସଟି ଷ୍ଟାଣ୍ଡରେ ରହିବ ସେଠାରେ ବସର ନମ୍ବର ଏବଂ ବସର ଯିବା ସମୟ ସହ ବସଟି କେଉଁ କେଉଁ ସ୍ଥାନକୁ ଯିବ ତାହା ଏକ ଡିସପ୍ଲେ ମାଧ୍ୟମରେ ଦୃଶ୍ୟମାନ ହେବ । ଯେଉଁଥିରେ ବସରେ ଯାତ୍ରା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେବେନାହିଁ ।ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲରେ ସ୍ମାର୍ଟ ଟଏଲେଟ ଠାରୁ ଆରମ୍ଭ କରି ଖାଦ୍ୟ-ପେୟର ମଧ୍ୟ ସୁବିଧା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲକୁ ଆଜି ଉଦଘାଟନ କରିବେ । ଏହାପରେ ଏଠାରେ ବସ ଚଳାଚଳ ନିୟମିତ ଭାବେ ହେବ ଏବଂ ଯାତ୍ରୀମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ।