Odisha ନିଜ ହାତରେ ଅର୍ଥ ଓ ଗୁଇନ୍ଦା ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା On May 27, 2023 ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜଳସେଚନ ସହ ବେଙ୍ଗାଲୁରୁ ସହର ବିକାଶ ବିଭାଗ ଦିଆଯାଇଛି । ଅନ୍ୟପଟେ ଜି ପରମେଶ୍ୱରଙ୍କୁ ଗୃହ, ଏଚକେ ପାଟିଲଙ୍କୁ ଆଇନ ଓ ସଂସଦୀୟ ବ୍ୟାପାର, କେଏ ମୁନିଆପ୍ପାଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଦିଆଯାଇଛି । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେଙ୍କୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଛି ଆଉ ଆଜି ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ନିଜ ପାଖରେ ଅର୍ଥ, କ୍ୟାବିନେଟ୍ ବ୍ୟାପାର, ସୂଚନା ଓ ପ୍ରସାରଣ, ଗୁଇନ୍ଦା ବିଭାଗ ଏବଂ ଆବଣ୍ଟନ ହୋଇ ନଥିବା ସମସ୍ତ ବିଭାଗ ରଖିଛନ୍ତି । Share