ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ

ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ

ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନାହନ୍ତି । ଯାହାକୁ ନେଇ ତାଙ୍କ ପରିବାର ସହ ପୁରା ଗାଁ ଏବେ ସୁବ୍ରତଙ୍କ ଅପେକ୍ଷାରେ ।


ସୂଚନା ଅନୁସାରେ ସୁବ୍ରତ ପୁସିଂ କାର୍ଡ ଛପାଇବାକୁ ପାଖରେ ଥିବା ନିମବାହାଳି ବଜାରକୁ ଯାଇଥିଲେ । ରାସ୍ତାରେ ତାଙ୍କର ଚପଲ ଏବଂ ମଟରସାଇକେଲ ପଡିଛି । ଅଥଚ ପ୍ରାର୍ଥୀଙ୍କର ପତା ମିଳୁ ନାହିଁ । ଦୀର୍ଘ ୨୪ ଘଣ୍ଟା ଧରି ସୁବ୍ରତ ଘରକୁ ନଫେରିବାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ପରିବାର ଲୋକ । ହେଲେ ନପାଇବାରୁ ଶେଷରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅତିରିକ୍ତ ଏସପି କଂଟାବଣିଆ ଥାନାରେ ପହଁଚି ତନାଘନା କରିଛନ୍ତି।
ନିଖୋଜ ସୁବ୍ରତଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ମୋଟଙ୍ଗା ଥାନା ଚିନତାପୋଖରୀ ରୁଙ୍ଗଟା ପୁରୁଣା ରୋଡ ନିକଟରେ ପହଁଚିଥିଲା । ସନ୍ଧାନୀ କୁକୁର ଜରିଆରେ ପୁଲିସ ସେଠାରୁ ସୁବ୍ରତଙ୍କ ମୋଟର ସାଇକେଲ ଏବଂ ଚପଲ ପାଇଛି । କିନ୍ତୁ ସୁବ୍ରତଙ୍କର କୌଣସି ପତା ମିଳିନାହିଁ । ତେଣୁ ରାଜନୈତିକ ଶତ୍ରୁତାରୁ କେହି ତାଙ୍କୁ ଅପହରଣ କରି ନେଇଥିବା ପୋଲିସ ସନ୍ଦେହ କରୁଛି । ସୁବ୍ରତ ବିଜେଡି ସମର୍ଥିତ ପ୍ରାର୍ଥୀ ଥିବାରୁ ସ୍ଥାନୀୟ ବିଧାୟିକା ମଧ୍ୟ କଣ୍ଟାବଣିଆ ଥାନାକୁ ଯାଇ ପଚରାଉଚୁରା କରିଥିବା ଜଣାପଡିଛି । ଏହି ଖବର ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି କରିଛି ।