ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀ ବାସଭବନରେ ରାଜ୍ୟ ନେତାଙ୍କ ରୁଦ୍ଧଦ୍ବାର ବୈଠକ ବସିଥିଲା । ପୁଣି ଅପରାହ୍ନଣରେ ନବୀନ ନିବାସରେ ବୈଠକ ବସିଥିଲା। ଆଜି ସକାଳୁ ସକାଳୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଫେରି ମେଣ୍ଟ ସମ୍ଭାବନାକୁ ନେଇ ଇଙ୍ଗିତ ଦେଇଛନ୍ତି।ମେଣ୍ଟ ହେବ ତାହା ଏକ ପ୍ରକାର ସ୍ପଷ୍ଟ କିନ୍ତୁ ସିଟ ଭାଗବଣ୍ଟା ଛିଡୁନି । ଲୋକସଭା ସିଟ ଫାଇନାଲ ହୋଇଥିବା ବେଳେ ବିଧାନସଭା ସିଟ ବର୍ତ୍ତମାନ ସୁଦ୍ଧା ଭାଗ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି । ରାଜନୈତିକ ବିଶେଷଜ୍ଞନୁସାରେ ବିଜେଡି ମେଣ୍ଟ ନ କରି ଭାଜପାର ସମର୍ଥକ ହୋଇ ରହିବାକୁ ଚାହୁଁଛି।ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବସିବ ବଡ଼ ବୈଠକ ଡାକିଛନ୍ତି । ଏଥିରେ ଦଳର ପର୍ଯ୍ୟବେକ୍ଷକଙ୍କୁ ଡକା ଯାଇଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ଯେ, ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ବୋଧହୁଏ ନିଣ୍ଣାୟକ ସ୍ଥିତିରେ ପହଁଚିଛି। ବୁଧବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉଶେଣ୍ଡି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଥିଲେ।ଯଦି ବିଜେଡି ମେଣ୍ଟ ପାଇଁ ରାଜି ହୁଏ, ତେବେ ଅଧିକ ସଂଖ୍ୟାରେ ବିଧାନସଭା ଆସନ ପାଇଲେ ଯାଇ ରାଜି ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଲୋକସଭା କ୍ଷେତ୍ରରେ ଭଲ ଭାଗ ପାଇଲେ ଭାଜପାର କେନ୍ଦ୍ର ନେତୃତ୍ୱ ରାଜି ହୋଇ ପାରନ୍ତି। ରାଜ୍ୟ ଭାଜପା କିନ୍ତୁ ବିଧାନସଭା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେବ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post