ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୂଆଦିଲ୍ଲୀ ବାସଭବନରେ ରାଜ୍ୟ ନେତାଙ୍କ ରୁଦ୍ଧଦ୍ବାର ବୈଠକ ବସିଥିଲା । ପୁଣି ଅପରାହ୍ନଣରେ ନବୀନ ନିବାସରେ ବୈଠକ ବସିଥିଲା। ଆଜି ସକାଳୁ ସକାଳୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଫେରି ମେଣ୍ଟ ସମ୍ଭାବନାକୁ ନେଇ ଇଙ୍ଗିତ ଦେଇଛନ୍ତି।ମେଣ୍ଟ ହେବ ତାହା ଏକ ପ୍ରକାର ସ୍ପଷ୍ଟ କିନ୍ତୁ ସିଟ ଭାଗବଣ୍ଟା ଛିଡୁନି । ଲୋକସଭା ସିଟ ଫାଇନାଲ ହୋଇଥିବା ବେଳେ ବିଧାନସଭା ସିଟ ବର୍ତ୍ତମାନ ସୁଦ୍ଧା ଭାଗ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ କି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି । ରାଜନୈତିକ ବିଶେଷଜ୍ଞନୁସାରେ ବିଜେଡି ମେଣ୍ଟ ନ କରି ଭାଜପାର ସମର୍ଥକ ହୋଇ ରହିବାକୁ ଚାହୁଁଛି।ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ବସିବ ବଡ଼ ବୈଠକ ଡାକିଛନ୍ତି । ଏଥିରେ ଦଳର ପର୍ଯ୍ୟବେକ୍ଷକଙ୍କୁ ଡକା ଯାଇଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ଯେ, ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ବୋଧହୁଏ ନିଣ୍ଣାୟକ ସ୍ଥିତିରେ ପହଁଚିଛି। ବୁଧବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉଶେଣ୍ଡି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଥିଲେ।ଯଦି ବିଜେଡି ମେଣ୍ଟ ପାଇଁ ରାଜି ହୁଏ, ତେବେ ଅଧିକ ସଂଖ୍ୟାରେ ବିଧାନସଭା ଆସନ ପାଇଲେ ଯାଇ ରାଜି ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଲୋକସଭା କ୍ଷେତ୍ରରେ ଭଲ ଭାଗ ପାଇଲେ ଭାଜପାର କେନ୍ଦ୍ର ନେତୃତ୍ୱ ରାଜି ହୋଇ ପାରନ୍ତି। ରାଜ୍ୟ ଭାଜପା କିନ୍ତୁ ବିଧାନସଭା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେବ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post